ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
ଭୁବନେଶ୍ୱର (ସଂକେତ ଟିଭି):ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ୨୦୨୫ ମସିହାରେ ୩୩ଟି ସ୍ଥାନକୁ ବିମାନ ଚଳାଚଳ କରୁଥିବା ବେଳେ ୨୦୨୬ରେ ଏହା ୧୯ ସ୍ଥାନକୁ ହ୍ରାସ ପାଇଛି । ସେହିପରି ଆସନ୍ତା ଅକ୍ଟୋବର ୧ ତାରିଖରୁ ଭୁବନେଶ୍ୱରରୁ ବ୍ୟାଙ୍କକ ଉଡ଼ାଣ ପାଇଁ ଇଣ୍ଡିଗୋ ଯୋଜନା କରିଛି ।
କେନ୍ଦ୍ର ସରକାର ରାସଗୋବିନ୍ଦପୁର ଅର୍ମଦା ରୋଡ୍ ଏୟାରଷ୍ଟ୍ରିପକୁ ଏକ ବିମାନବନ୍ଦରରେ ପରିଣତ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ବଜେଟରେ ଏହି ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରାଯାଇଛି । ରାଜ୍ୟ ସରକାର ଏ ବାବଦରେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରିଛନ୍ତି । ଏନେଇ ଆଜି ବିଧାସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
