FeaturedLatestNews

ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ପୂଜା ଭେଟି: ୬ ମାସର ସମ୍ମାନ ରାଶି ମଞ୍ଜୁର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁରି ହୋଇଛି ।

ସୂଚନାଯୋଗ୍ୟ ଯେ, ୦୧.୦୪.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ପିଛିଲା ଭାବେ ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ । ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନେ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ପାଇବେ ।

ରାଜ୍ୟର ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ବିକାଶରେ ନିୟୋଜିତ ଜନପ୍ରତିନିଧିଙ୍କୁ ଆର୍ଥିକ ସମ୍ମାନ ପ୍ରଦାନ ଦିଗରେ ଏହି ଅର୍ଥ ମଞ୍ଜୁରୀ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ, ଗତ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ପ୍ରଦାନ କରାଯିବ । ଏହି ଅବଧି ପାଇଁ ପ୍ରତ୍ୟେକ ସରପଞ୍ଚ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ନାଏବ ସରପଞ୍ଚ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପାଇବେ ।

Leave a Reply

Your email address will not be published. Required fields are marked *