କଟକ ବିଏସଏନଏଲ ଭବନରେ ଅଗ୍ନୀକାଣ୍ଡ, ଟେଲିଫୋନ ସେବା ବାଧାପ୍ରାପ୍ତ

କଟକ, ୨୦|୦୯ : କଟକ ବଜ୍ରକବାଟୀ ରୋଡ୍‌ ଠାରେ ଥିବା ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ଟେଲିଫୋନ୍‌ ଭବନରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଟେଲିଫୋନ୍‌ ସେବା ବ୍ୟାହତ ହୋଇଛି। ଅଫିସ୍‌ର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଅଫିସରେ ସିଲିଂ ଥିବା ଯୋଗୁ ନିଆଁ ଶୀଘ୍ର ବ୍ୟାପିଯାଉଛି। ଫଳରେ ଅଗ୍ନିଶମ କର୍ମଚାରୀ ଭିତରକୁ ଯିବା କଷ୍ଟକର ହୋଇ ପଡ଼ିଛି। ପାଞ୍ଚରୁ ସାତ ଜଣ କର୍ମଚାରୀ ଅକ୍ସିଜେନ୍‌ ନେଇ ଭିତରକୁ ଯାଇଛନ୍ତି। ପ୍ରବଳ ଧୁଆଁ ବାହାରୁଛି। ତୃତୀୟ ମହଲାକୁ ନିଆଁ ବ୍ୟାପି ଯିବାର ଆଶଙ୍କା କରାଯାଉଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *