ଡେବ୍ରିଗଡ଼ରେ ପୁଣି ଦେଖାଗଲା ମହାବଳ ବାଘ , ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି
ସମ୍ବଲପୁର(ସଂକେତ ଟିଭି): ଡେବ୍ରିଗଡ଼ ଜଙ୍ଗଲରେ ପୁଣି ଥରେ ମହାବଳ ବାଘ ଦେଖାଯାଇଛି। ଆଜି ସକାଳେ ପର୍ଯ୍ୟଟକମାନେ ପୁଣି ମହାବଳ ବାଘ ଦେଖିବାର ସୁଯୋଗ ପାଇଛନ୍ତି।
ରବିବାର ସକାଳେ ଅଭୟାରଣ୍ୟର ନିର୍ଦ୍ଧାରିତ ସଫାରୀ ଜୋନ ମଧ୍ୟରେ ଭ୍ରମଣ କରୁଥିବା ପ୍ରାୟ ୩୦ ଜଣ ପର୍ଯ୍ୟଟକ ଏକ ମହାବଳ ବାଘକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ମହାବଳ ବାଘର ଏଭଳି ସ୍ପଷ୍ଟ ଦର୍ଶନ ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି।
ମହାବଳ ବାଘ ଆସିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ହୀରାକୁଦ ବନ ସଂରକ୍ଷଣ ଡିଏଫଓ ସୂଚନା ଦେଇଛନ୍ତି। ବନ୍ୟପ୍ରାଣୀଙ୍କ ପାଇଁ ଡେବ୍ରିଗଡ଼ ଏକ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି।
ମହାବଳ ବାଘଙ୍କ ଆଗମନ ସହିତ ଗୟଳଙ୍କ ସଂଖ୍ୟା ବୃଦ୍ଧି ଡେବ୍ରିଗଡ଼ ଅଭୟାରଣ୍ୟକୁ ଏକ ନୂଆ ପରିଚୟ ଦେଇଛି। କେବଳ ବନ୍ୟପ୍ରାଣୀ ସଂରକ୍ଷଣ ନୁହେଁ, ଏବେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି ଡେବ୍ରିଗଡ଼।
