ଖସିବ ପାରଦ, ବଢ଼ିବ ଶୀତ; କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ ଅସମ୍ଭାଳ ଜାଡ଼
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଗାମୀ ଦିନରେ ପାରଦ ଖସିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଛି। କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ ଜାଡ଼ ଅସମ୍ଭାଳ ହୋଇପାରେ ଏବଂ ଥରିବ ଦେହ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ସହ ଶୀତ ବଢ଼ିବ। ବାତ୍ୟା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ପାଇଛି।
ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ବୃଦ୍ଧି ସମ୍ଭାବନା ଅଛି। ଯାହା ଫଳରେ ୪ ଦିନ ମଧ୍ୟରେ ୪ ରୁ ୬ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇପାରେ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ।
ଏଥର ଲଘୁଚାପ ଜନିତ ବର୍ଷା କାରଣରୁ ଶୀତ ଆସିବା ଟିକେ ବିଳମ୍ବ ହୋଇଛି।
