Latest

ଶ୍ବଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

ବଲାଙ୍ଗୀର ୬।୯: (ସଂକେତ୍ ଟିଭି) ଶ୍ବଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଫଟାମୁଣ୍ଡା ଗାଁରେ ଏହି ଘଟଣା ଘଟିଛି ।

ଅଭିଯୁକ୍ତ ସ୍ବାମୀ ଜଣକ ଗାନ୍ଧିଲାଲ ସାହୁ । ତାଙ୍କ ଘର ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ମେଳଛାମୁଣ୍ଡା ଗାଁର ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ, ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ଵାହା ହୋଇଥିଲେ। ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର ମାରପିଟ କରିବାରୁ ଗତ ୪ ମାସ ତଳେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ। ଗୋଟିଏ ମାସ ତଳେ ମଦ୍ୟପ ସ୍ୱାମୀ ପୁଣି ଶ୍ବଶୁର ଘରକୁ ଆସି କସ୍ତୁରୀ ସହିତ ରହିବାକୁ ଲାଗିଲା। ଗତକାଲି ବିଳମ୍ୱିତ ରାତିରେ ସ୍ୱାମୀ ଗାନ୍ଧିଲାଲ,ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଲୋଇସିଂହା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *