FeaturedLatest

କେନ୍ଦ୍ରକୁ ଗଲେ ନିକୁଞ୍ଜ ଧଳ, ୩ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଥିବା ଆଇଏଏସ୍ ନିକୁଞ୍ଜ ଧଳଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୩ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ ୧ ଜୁଲାଇରୁ ନୂତନ ଦାୟିତ୍ୱ ଗ୍ରହଣ କରିବେ।

ଅନ୍ୟ ଏକ ପରିବର୍ତ୍ତନ ଭାବେ, ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୪ ବ୍ୟାଚ୍‌ର ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜି ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହା ଛଡ଼ା, ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଭାବେ ୧୯୯୪ ବ୍ୟାଚ୍‌ର ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ଦାୟିତ୍ୱ ମିଳିଛି। ଏହି ନିଯୁକ୍ତିଗୁଡ଼ିକ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ହୋଇଛି।

Leave a Reply

Your email address will not be published. Required fields are marked *