FeaturedLatestNews

ଜାନୁଆରୀ ୨୩ରେ କଟକ ଆସିବେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍

କଟକ (ସଂକେତ ଟିଭି): ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ଜାନୁଆରୀ ୨୩ ତାରିଖରେ କଟକ ଆସିବେ । ସେ ଏଠାକାର ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଅନୁଷ୍ଠିତ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବେ ।

ଉପରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସହମତି ପ୍ରଦାନ କରିଛନ୍ତି । ଏହି ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଗଣମାନ୍ୟବୃନ୍ଦ ମଧ୍ୟ ଉପସ୍ଥିତ ରହିବାର କଥା ।

ଏଥିପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ତଦାରଖ କରିଛନ୍ତି ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକୀୟ ସୂଚନା ମଧ୍ୟ ଦେଇଛନ୍ତି ।