ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ପୂର୍ବରୁ ଉଭୟ ନେତା ଭୁବନେଶ୍ୱରସ୍ଥିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡ଼ିଥିଲେ । ଏହାପରେ ଏକ ବିରାଟ ପଟୁଆରରେ ଯାଇ ବିଧାନସଭା ପରିସରରେ ଉଭୟ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ ।
ଏହା ପୂର୍ବରୁ ଗୁରୁବାର ସକାଳେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସଂତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ କମନ କ୍ୟାଣ୍ଡିଡେଟ୍ ଡ. ଦତ୍ତେଶ୍ୱର ହୋତା ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ରାଜ୍ୟସଭା ପାଇଁ ଏହି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଆସନ୍ତା ନିର୍ବାଚନ ପାଇଁ ଉତ୍ସାହ ସୃଷ୍ଟି କରିଛି ।
