FeaturedLatestNews

ପୌରାଞ୍ଚଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ, ଏପ୍ରିଲ-ମେ’ରେ ଭୋଟ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆୟୋଗଙ୍କ ସଚିବ ସନ୍ତୋଷ ଦାଶ ଏହି ସୂଚନା ଦେଇଛନ୍ତି।

ପୌରାଞ୍ଚଳ ନିର୍ବାଚନ ପାଇଁ ଆୟୋଗ ପାଖରେ ୧୨ ହଜାର ଇଭିଏମ୍ ରହିଛି। ଆଉ ୬ ହଜାର ନୂଆ ଇଭିଏମ୍ ମଙ୍ଗାଯାଇଛି। ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆୟୋଗ ଡୋର୍ ଟୁ ଡୋର୍ ସର୍ଭେ କରିବ। ଏନଏସିରେ ଗୋଟିଏ ୱାର୍ଡ ପାଇଁ ଗୋଟିଏ ବୁଥ୍ ରହିବ। ଇଭିଏମ୍ ସହିତ ବାଲଟ୍ ପେପର୍ ଓ ଗାଡ଼ି ପାଇଁ ମଧ୍ୟ ଅର୍ଡର ଦିଆଯାଇଛି।

ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ଜାରି ହେବ। ଏପ୍ରିଲ୍ କିମ୍ବା ମେ’ ମାସରେ ଉଭୟ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ମାସରୁ ଇଲେକ୍ଟ୍ରିକାଲ୍ ରୋଲ୍ ପ୍ରକ୍ରିୟା ଆରମ୍ଭ ହେବ।

ମୋଟ ୧୪୩ ପୌର, ଏନଏସି ଏବଂ ମ୍ୟୁନିସିପାଲ୍ କର୍ପୋରେସନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସମ୍ବଲପୁର ମହାନଗର ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ହୋଇସାରିଛି ଏବଂ ଏହାର ଆଦେଶ ମଧ୍ୟ ଆସିସାରିଛି ବୋଲି ସଚିବ ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି।