ଓଡିଶା ଇନଭେଷ୍ଟର୍ସ ମିଟ- ୟୁଏଇ ଆୟୋଜିତ, ଯୋଗଦେଲେ ୪୦୦ ବ୍ୟବସାୟୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଛନ୍ତି। ଦୁବାଇରେ ଆୟୋଜିତ Odisha Investors’ Meet – UAE ୨୦୨୬ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। LNG ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି, AI ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ‘Speed, Certainty and Execution’ ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ।
ଦୁବାଇ ରୋଡ୍ ଶୋ’ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ୟୁଏଇର ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ରୋଡ୍ସୋର ଆୟୋଜନ କରାଯାଇଛି।
Odisha CM in UAE ଆବୁଧାବିରେ ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଛି। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ-ୟୁଏଇ-୨୦୨୬ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏଲଏନଜି ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି, କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ସ୍ପିଡ୍, ସର୍ଟନିଟି ଆଣ୍ଡ ଏକ୍ଜିକ୍ୟୁସନ (ଶୀଘ୍ର, ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ) ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ।
ୟୁଏଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିବସରେ ୫ଟି MoU ଓ ୮ଟି IIFs ମାଧ୍ୟମରେ ₹୮,୪୧୭ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି, ଯାହା ୧୪,୩୧୦ ନିଯୁକ୍ତି ସୁଯୋଗର ଦ୍ୱାର ଖୋଲିଛି ।
