FeaturedLatestNews

ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟି ଛୁଇଁବ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଋଣ ଭାର ଦିନକୁ ଦିନ ବଢ଼ି ଚାଲିଛି। ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ସରକାର ଆକଳନ କରିଛନ୍ତି।

ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଭାବେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଋଣ କେତେ ଅଛି ଏବଂ ଆଗାମୀ ଦିନରେ ଏହା କେଉଁ ପର୍ଯ୍ୟନ୍ତ ପହଞ୍ଚିବ। ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟି ଟଙ୍କାରେ ପହଞ୍ଚିବ।

ସେହିପରି ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୧ ହଜାର ୩୪୪ ଟଙ୍କାରେ ପହଞ୍ଚିବ ବୋଲି ସରକାର ଆକଳନ କରିଛନ୍ତି। ତେବେ ଆର୍ଥିକ ବର୍ଷ ୨୦୦୫-୦୬ ଠାରୁ ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଏବଂ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ। ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *