FeaturedLatestNews

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୧୪ ତାରିଖ ବେଳକୁ ଏହା ସଦୃଶ୍ୟ ଲଘୁଚାପରେ ପରିଣତ ହେବ। ସେହିପରି ୧୫ ତାରିଖ ବେଳକୁ ଅବପାତର ରୂପ ନେବ। ଅବପାତ ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୧୬ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ଆଇଏମ୍‌ଡି।

ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟାରେ ବସିବ ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ। ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲାପାଳ ମାନେ ଭିଡିଓ କନଫରେନ୍ସିଂରେ ଯୋଗଦେବେ। ପରବର୍ତ୍ତୀ ମୁହୂର୍ତ୍ତରେ ସୂଚନା ଆଧାରରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ।

ମନ୍ତ୍ରୀ କହିଛନ୍ତି, ଶୁକ୍ରବାର ୮ଟା ୩୦ରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି। ୧୬ ତାରିଖରେ ବାତ୍ୟାର ରୂପ ନେଇପାରେ। କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଆଇଏମଡି ସ୍ପଷ୍ଟ କରିନାହିଁ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ସରକାର ପ୍ରସ୍ତୁତ ହେଉଛନ୍ତି। ଆଇଏମ୍‌ଡି ବାତ୍ୟାର ରୂପରେଖ ସ୍ପଷ୍ଟ କରିବା ପରେ ସରକାର ନିର୍ଦ୍ଧିଷ୍ଟ ଭାବେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *