ନ୍ୟୁଜିଲାଣ୍ଡ ୪ ୱିକେଟ୍ ହରାଇଲା ଭାରତ, ସିରିଜରେ ୧-୦ରେ ଆଗୁଆ
ଓଭାଲ (ସଂକେତ ଟିଭି): ଗୁରୁବାର ଦିନ ହେଗଲି ଓଭାଲଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ନ୍ୟୁଜିଲାଣ୍ଡ ୪ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା। ଗ୍ଲେନ ଫିଲିପ୍ସ ୮୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିବା ବେଳେ ଫିନ ଆଲେନ ୪୫ ରନ୍ ଏବଂ ବେଭନ ଜାକବ୍ସ ଦ୍ରୁତ ୩୧ ରନ୍ କରିଥିଲେ।
ଏହି ଟାର୍ଗେଟକୁ ଭାରତ ୬ ୱିକେଟ୍ ହରାଇ ପୂରଣ କରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ଜବରଦସ୍ତ ବ୍ୟାଟିଂ କରି ୩୩ ବଲରେ ୬୭ ରନ୍ କରିଥିଲେ। ଅଭିଷେକ ଶର୍ମା ୧୨ ବଲରେ ୨୯ ରନ୍, ତିଲକ ବର୍ମା ୬ ରନ୍, ଅଧିନାୟକ ଶ୍ରେୟସ ଆୟର ୪୨ ରନ୍, ଅକ୍ଷର ପଟେଲ ୨୪ ରନ୍ ଏବଂ ରମନ ଧୀର ୪୨ ରନ୍ କରି ଭାରତକୁ ବିଜୟୀ କରାଇଥିଲେ।
