ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ(ସଂକେତ ଟିଭି): କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରଥମ ପୋଷ୍ଟରେ ସେ ନିଜର ଆଗାମୀ ଆତ୍ମଜୀବନୀ ପୁସ୍ତକ ‘Belonging: A Journey of Love’ ର ପ୍ରଥମ ଝଲକ ସେୟାର କରିଛନ୍ତି।
ନିଜ ପୋଷ୍ଟରେ ସୋନିଆ ଗାନ୍ଧୀ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର। ‘Belonging: A Journey of Love’ ର ପ୍ରଥମ ଝଲକ ଆପଣମାନଙ୍କ ସହ ସେୟାର କରି ମୁଁ ଅତ୍ୟନ୍ତ କୃତଜ୍ଞ।” ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହି ପୁସ୍ତକ ପ୍ରେମ, କର୍ତ୍ତବ୍ୟ, ଦୁଃଖ ଏବଂ ନିଜର ଏକ ସ୍ଥାନ ଖୋଜିବାର କାହାଣୀ। ଏହାକୁ ପାଠକଙ୍କ ସହ ସେୟାର କରିବାକୁ ସେ ଅପେକ୍ଷା କରିଛନ୍ତି।
ଏହି ଆତ୍ମଜୀବନୀ ପୁସ୍ତକ ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ। ପୁସ୍ତକରେ ଇଟାଲୀରେ ବିତିଥିବା ସୋନିଆଙ୍କ ପିଲାଦିନ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କ, ଭାରତ ସହ ତାଙ୍କର ସମ୍ପର୍କ ଓ ଆତ୍ମୀୟତାର ଭାବନା, ଏବଂ ପାରିବାରିକ ଦୁଃଖଦ ଘଟଣାକୁ ସ୍ଥାନ ଦିଆଯାଇଛି। ରାହୁଲ ଗାନ୍ଧୀ ମଧ୍ୟ ଏହି ପୁସ୍ତକକୁ ନେଇ ପୂର୍ବରୁ ନିଜର ଉତ୍ସାହ ପ୍ରକାଶ କରିଥିଲେ।
