FeaturedLatestNews

ବଙ୍ଗୋପସାଗରରେ ୫ କିଲୋମିଟର ବେଗରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଛି ଲଘୁଚାପ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରିଛି। ଏହା ଗତକାଲି (ଶନିବାର) ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଅଧିକ ଘନୀଭୂତ ହୋଇ ଦକ୍ଷିଣ ଦିଗକୁ ଗତି କରିବା ସହ ଏକ ‘ଗଭୀର ଅବପାତ’ (Deep Depression) ରେ ପରିଣତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହା ପରେ ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କ୍ରମଶଃ ଗତିପଥ ବଦଳାଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି, ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ‘ବାତ୍ୟା’ (Cyclonic Storm) ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ୨୭ ତାରିଖ ସକାଳ ସମୟ ବେଳକୁ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ର ରୂପ ନେଇପାରେ।

ଏହା ପରେ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ଏବଂ ଅଧିକ ଶକ୍ତିଶାଳୀ ହୋଇ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ (Very Severe Cyclonic Storm) ରୂପ ନେବାର ସମ୍ଭାବନା ରହିଛି। ଏହା ଅକ୍ଟୋବର ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ। ଏହାପରେ ପୂର୍ବାହ୍ନ ସୁଦ୍ଧା, ଏହା ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ ଭାବରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିପାରେ, ଯାହା ଝଡ଼ବେଗରେ ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଏବେ ସୃଷ୍ଟି ଅବପାତଟି ଶ୍ରୀବିଜୟ ପୁରମ୍ (ଆଣ୍ଡାମାନ ଦ୍ୱୀପପୁଞ୍ଜ) ଠାରୁ ପ୍ରାୟ ୪୪୦ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଠାରୁ ୮୮୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, କାକିନାଡ଼ା (ଆନ୍ଧ୍ରପ୍ରଦେଶ) ଠାରୁ ୯୮୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ମଛଲିପାଟଣାମ (ଆନ୍ଧ୍ରପ୍ରଦେଶ) ଠାରୁ ୧୦୮୦ କିଲୋମିଟର ପୂର୍ବରେ ଏବଂ ବାପାଟଲା (ଆନ୍ଧ୍ରପ୍ରଦେଶ) ଠାରୁ ୧୧୫୦ କିଲୋମିଟର ପୂର୍ବରେ ଅବସ୍ଥିତ।

Leave a Reply

Your email address will not be published. Required fields are marked *