FeaturedLatestNews

ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ: ୨୪ ଘଣ୍ଟାରେ ସୃଷ୍ଟି, ଗତିପଥ ଅସ୍ପଷ୍ଟ

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ପରେ ଏବେ ଆସୁଛି ଆଉ ଏକ ଲଘୁଚାପ। ଆଣ୍ଡାମାନ ସାଗରରେ ଭାରି ହଲଚଲ ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି।

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତ ଦୁଇ ଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ତେବେ ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଆଗକୁ କେଉଁ ଦିଗକୁ ଗତି କରିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ଅଧିକ ଘନୀଭୂତ ହେବ କି ନାହିଁ, ସେ ନେଇ ମଧ୍ୟ ଏବେଠାରୁ ନିଶ୍ଚିତ ଆକଳନ କରାଯାଇପାରିନାହିଁ। ତେଣୁ ଆଗାମୀ ଦିନରେ ପାଣିପାଗର ଗତିବିଧି ଉପରେ ନଜର ରହିବ।

Leave a Reply

Your email address will not be published. Required fields are marked *