FeaturedLatestNews

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ଶତାଧିକ ଲୋକଙ୍କ ଭିଡ଼, କୁନି ସ୍କେଟରଙ୍କୁ ଆଶ୍ବାସନା

କେନ୍ଦୁଝର(ସଂକେତ ଟିଭି): କେନ୍ଦୁଝର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କର ଗସ୍ତର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ଏକ ଅଭିଯୋଗ ଶୁଣାଣି କରିଛନ୍ତି। ଏଠାରେ ଶତାଧିକ ଲୋକ ଆସି ଲାଇନରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଯେହେତୁ ଲୋକଙ୍କର ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଆସି ଲୋକଙ୍କ କଥା ଶୁଣୁଛନ୍ତି, ଲୋକଙ୍କ ପାଖକୁ ଆସୁଛନ୍ତି, ତେଣୁ ଲୋକମାନେ ମଧ୍ୟ ସେ ସୁଯୋଗ ଛାଡିବାକୁ ଚାହୁଁନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଦେବା ପାଇଁ ଏଠି ପ୍ରବଳ ମାତ୍ରାରେ ଜନ ଗହଳି ହୋଇଥିଲା।

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସ୍ଥାନକୁ ଆସୁଥିବା ସମୟରେ ଛୋଟ ଛୋଟ କୁନି କୁନି ପିଲାମାନେ, ଯେଉଁମାନେ କି ସ୍କେଟିଂ ଖେଳରେ ଯାଇ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ନାଁ କମେଇଛନ୍ତି ମେଡାଲ ଆଣିଛନ୍ତି, ସେ ପିଲାମାନଙ୍କୁ ପ୍ରଥମେ ଭେଟିଥିଲେ। ପିଲାମାନେ ଏଠାରେ ସ୍କେଟିଂ ରିଙ୍ଗ୍ ନଥିବାରୁ ପ୍ରାକ୍ଟିସ କରିବା ପାଇଁ ଅସୁବିଧା ହେଉଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ପିଲାମାନଙ୍କୁ ଆଶ୍ବାସନା ଦେଇଥିଲେ ଏଠାରେ ଗୋଟେ ସ୍କେଟିଂ ରିଙ୍ଗ୍ ପ୍ରତିଷ୍ଠା ହେବ। ପିଲାମାନେ ଆହୁରି ଭଲ ଖେଳି ଗୋଲ୍ଡ ମେଡାଲ ଜିତନ୍ତୁ ଏବଂ ଦେଶ ବିଦେଶରେ ନାମ କରନ୍ତୁ ବୋଲି ତାଙ୍କୁ ମଧ୍ୟ ଉପକରଦେଶ ଦେବା ସହ ଆଶୀର୍ବାଦ କରିଥିଲେ।

ଏହାପରେ ଶହ ଶହ ଲୋକ ଲାଇନରେ ଶାନ୍ତି ଶୃଙ୍ଖଳାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଭିଯୋଗ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ପାଖକୁ ଯେଉଁମାନେ ଅଭିଯୋଗ ଦେବା ପାଇଁ ଆସିଥିଲେ ତାଙ୍କର ବସିବାର ବ୍ୟବସ୍ଥା କରିଥିଲେ ଏବଂ ଯେଉଁମାନେ ବୟସ୍କ ଲୋକ, ଭିନ୍ନକ୍ଷମ ଲୋକ, ତାଙ୍କୁ ତାଙ୍କ ପାଖରେ ବସେଇ ତାଙ୍କ ଠାରୁ ଗୋଟି ଗୋଟି କରି ଅଭିଯୋଗ ଶୁଣୁଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ।

Leave a Reply

Your email address will not be published. Required fields are marked *