FeaturedLatestNews

ପୁଣି ଲଘୁଚାପ ଆଶଙ୍କା: ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ୧୩ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଲଘୁଚାପ ସୃଷ୍ଟି ହେଲେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ ଏବଂ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାସମ୍ଭାବନା ରହିଛି।
ଚଳିତ ବର୍ଷ ରାଜ୍ୟରେ ବନ୍ୟା ସହ କିଛି ମାତ୍ରାରେ ବାତ୍ୟାର ପ୍ରଭାବ ପଡ଼ିଛି। ଯାହା ଫଳରେ ଚାଷ ଆରମ୍ଭରୁ ଆରମ୍ଭ କରି ଏବେ ଚାଷ ଅମଳ ପର୍ଯ୍ୟନ୍ତ ଚାଷୀମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି।

ଚାଷ ଆରମ୍ଭରୁ ବନ୍ୟା ସ୍ଥିତି ଦେଖାଦେବାରୁ ରାଜ୍ୟର ଅଧିକାଂଶ ଚାଷୀ ଠିକରେ ଚାଷ କାର୍ଯ୍ୟ କରିପାରିନଥିଲେ। ଏବେ ଅମଳ ସମୟ ଥିବାରୁ ଯଦି ଲଘୁଚାପଜନିତ ବର୍ଷା ହୁଏ ତେବେ ପାଚିଲା କ୍ଷେତ ନଷ୍ଟ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *