FeaturedLatestNews

ବିଧାନସଭା ଶୀତକାଳୀନ ଅଧିବେଶନ: ଶୋକ ପ୍ରସ୍ତାବ ପରେ କମ୍ପିଲା ଗୃହ

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାର ଶୀତକାଳୀନ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ ପରେ କମ୍ପିଲା ଗୃହ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଥିଲା। କୋଟିଆ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବନ୍ୟା ପରିଚାଳନା ପ୍ରସଙ୍ଗ ଉଠାଇଥିଲା ବିଜେଡି। ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ହୋହଲ୍ଲା ସହ ନାରାବାଜି ହୋଇଥିଲା। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ସେପଟେ, ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରେ ରାଷ୍ଟ୍ରଗାନ ଏବଂ ଜାତୀୟ ସଙ୍ଗୀତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବତନ ସଦସ୍ୟ କାହ୍ନୁ ଚରଣ ନାଏକ, ପୂର୍ବତନ କନେଷ୍ଟବଳ ଅଜୟ ବା, ପୂର୍ବତନ କନେଷ୍ଟବଳ ହିମାଂଶୁ ରାୟ ଏବଂ ଅର୍ଣ୍ଣବ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇଥିଲେ। ଅପରାହ୍ନରେ ୨୦୨୬-୨୭ ମସିହାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ବିଧାନସଭା ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇଛି। ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ ଦେଇଛି ବିଜେଡି। ଏହାସହ ଭତ୍ତା ସମସ୍ୟା, କୋଟିଆ, ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ, ଏମଏମଡିଆର୍, ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ। ସେହିପରି ଶାସକ ଦଳ ସରକାରଙ୍କ ସଫଳତାକୁ ଉଠାଇବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥିବା କହିଛି।

Leave a Reply

Your email address will not be published. Required fields are marked *