FeaturedLatestNews

ସରକାରୀ ମହାବିଦ୍ୟାଳୟରେ ୮୮୭ ଅଧ୍ୟାପକ ପଦବୀ ଖାଲି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ୮୧୨ ଗୋଟି ଅଧ୍ୟାପକ ପଦବୀ ଖାଲି ରହିଛି। ଏହା ବ୍ୟତୀତ ଅବସର ଗ୍ରହଣ ହେତୁ ୨୦୨୬ ମସିହାର ନଭେମ୍ବର ଓ ଡିସେମ୍ବର ମାସରେ ୨ଟି, ୨୦୨୭ ମସିହାରେ ୩୯ଟି ଏବଂ ୨୦୨୮ ମସିହାରେ ୩୪ଟି, ଅର୍ଥାତ୍ ମୋଟ ୭୫ଟି ଅତିରିକ୍ତ ପଦବୀ ଖାଲି ହେବ।

ବର୍ତ୍ତମାନର ଖାଲିଥିବା ପଦବୀ ଓ ୨୦୨୮ ଶେଷ ସୁଦ୍ଧା ଖାଲିଥିବା ହେବାକୁ ଥିବା ମୋଟ ୮୮୭ ଗୋଟି ଅଧ୍ୟାପକ ପଦବୀ ମଧ୍ୟରୁ ୬୮୯ ଗୋଟି ପଦବୀ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ (ଘଙଜଈ)ଙ୍କୁ ପଠାଯାଇଥିଲା। ତନ୍ମଧ୍ୟରୁ ୩୮୫ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଇତିମଧ୍ୟରେ ୬ଟି ବିଷୟରେ ୮୧ ଜଣ ଚୟନିତ ପ୍ରାର୍ଥୀଙ୍କ ମେଧା ତାଲିକା ଘଙଜଈଙ୍କ ଠାରୁ ପ୍ରାପ୍ତ ହୋଇଛି ଏବଂ ସେମାନଙ୍କ ନିଯୁକ୍ତି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ୟ ୧୦ଟି ବିଷୟରେ ଘଙଜଈଙ୍କ ଠାରୁ ଚୟନିତ ପ୍ରାର୍ଥୀଙ୍କ ମେଧା ତାଲିକା ପ୍ରାପ୍ତ ହେବା ପରେ ସେମାନଙ୍କ ନିଯୁକ୍ତି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅବଶିଷ୍ଟ ୩୦୪ ଗୋଟି ପଦବୀ ପୂରଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଘଙଜଈଙ୍କ ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।

ରାଜ୍ୟର ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ପଦବୀ ମଧ୍ୟରୁ ବର୍ତ୍ତମାନ ୭୮୯ ଗୋଟି ପଦବୀ ଖାଲି ରହିଛି। ତନ୍ମଧ୍ୟରୁ ୧୨୨ ଗୋଟି କ୍ୟାଚଉକିର୍ଲିକ ମୂଳ ପଦବୀ ଯଥା- ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋର ନିଘର ୫୭ଟି, ଶାରୀରିକ ଶିକ୍ଷା ଶିକ୍ଷକ (ଙଊଝ) ୭ଟି ଏବଂ କନିଷ୍ଠ ସହାୟକ ୫୮ଟି ପଦବୀ ଅନ୍ତର୍ଭୁକ୍ତ। ଉକ୍ତ ଖାଲି ପଦବୀଗୁଡ଼ିକ ପୂରଣ ନିମନ୍ତେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଉପରୋକ୍ତ ଖାଲି ପଦବୀଗୁଡ଼ିକ ସମେତ ୨୦୨୮ ମସିହା ଶେଷ ସୁଦ୍ଧା ଅବସର ଗ୍ରହଣ ଯୋଗୁଁ ଖାଲି ହେବାକୁ ଥିବା ପଦବୀଗୁଡ଼ିକୁ ପ୍ରଚଳିତ ନିଯୁକ୍ତି ନିୟମାବଳୀ ଏବଂ ସରକାରୀ ବ୍ୟବସ୍ଥା ଅନୁଯାୟୀ ପୂରଣ କରିବା ନିମନ୍ତେ ପର୍ଯ୍ୟାୟକ୍ରମେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Leave a Reply

Your email address will not be published. Required fields are marked *