FeaturedLatestNews

ପାଣିପାଗ ବିଜ୍ଞାନୀଙ୍କ ଆକଳନକୁ ଭୁଲ ପ୍ରମାଣିତ କଲା ବାତ୍ୟା ଅକଭାନ୍

ଭୁବନେଶ୍ୱର (ସଂକେତ ଟିଭି): ପ୍ରକୃତି କିପରି ବିଜ୍ଞାନ ସହ ଖେଳେ ଏବଂ ଟେକ୍ନୋଲୋଜିକୁ ମାତ୍ ଦିଏ, ତାହା ଶିଖାଇଦେଲା ବାତ୍ୟା ଅକଭାନ୍। ଅକଭାନ୍ ଦୁର୍ବଳ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ କରିଛି ସତ, କିନ୍ତୁ ବିଶ୍ୱସ୍ତରୀୟ ମଡେଲ ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନକୁ ଭୁଲ କରିଦେଇଛି। ଲ୍ୟାଣ୍ଡଫଲ ବେଳକୁ ମାର୍ଜିନାଲ ସାଇକ୍ଲୋନ ବା ଦୁର୍ବଳ ବାତ୍ୟା ହୋଇ ଓଡ଼ିଶାରେ ମାଡ଼ ହେଲା।

ପାଣିପାଗ ଉପରେ ନଜର ପକାଇଲେ ଏବେ ଦୁଇଟି ଆଣ୍ଟି ସାଇକ୍ଲୋନିକ୍ ସିଷ୍ଟମ୍ ସକ୍ରିୟ ଅଛି। ବାତ୍ୟାର ଗତିପଥ ନିର୍ଧାରଣରେ ଉଚ୍ଚଚାପ ବଳୟର ରହିଥାଏ ଅନେକ ଭୂମିକା। ମିଆଁମାର ଏବଂ ଭାରତର ଦକ୍ଷିଣ ପ୍ରାନ୍ତରେ ଆଣ୍ଟି ସାଇକ୍ଲୋନିକ୍ ସିଷ୍ଟମ୍ ଥିବାରୁ ସିଧାସଳଖ ଅକଭାନ୍ ଉପରେ ପଡ଼ୁଛି ପ୍ରଭାବ। ଅର୍ଥାତ୍ ଦୁଇଟି ଆଣ୍ଟି ସାଇକ୍ଲୋନ୍ ଭିତରେ ରହିଯାଇଛି ସାଇକ୍ଲୋନିକ୍ ସିଷ୍ଟମ୍ ଅକଭାନ୍। ତେବେ ମିଆଁମାରରେ ଥିବା ଆଣ୍ଟି ସାଇକ୍ଲୋନିକ୍ ସିଷ୍ଟମ୍ ଅପେକ୍ଷାକୃତ ଶକ୍ତିଶାଳୀ, ଯାହା ବାତ୍ୟା ଅକଭାନର ଗତିପଥକୁ ପ୍ରଭାବିତ କରୁଛି।

ସେହିପରି ବାତ୍ୟା ନିଜ ଇଚ୍ଛାରେ ଗତି କରେନି। ବାୟୁମଣ୍ଡଳରେ ପ୍ରବାହିତ ପବନ ଏହାକୁ ଆଗରୁ ବଢ଼ାଇଥାଏ, ଯାହାକୁ କୁହାଯାଏ ଷ୍ଟିୟରିଂ କରେଣ୍ଟ୍। କିନ୍ତୁ ଅକଭାନ୍ ଆଖପାଖରେ ଦୁର୍ବଳ ରହିଛି ଷ୍ଟିୟରିଂ କରେଣ୍ଟ୍, ଯାହା ଫଳରେ ଧୀମା ରହିଛି ଅକଭାନର ଗତି। ଆହୁରି ମଧ୍ୟ ୱିଣ୍ଡ୍ ସିୟର୍ ଗତିପଥ ଉପରେ ପକାଉଛି ପ୍ରଭାବ। ଏହା ଅଧିକ ରହିଲେ ବାତ୍ୟାର ମେଘମାଳା ଗୋଟିଏ ଦିଗକୁ ଢଳିଯାଏ, ଯାହା ବାତ୍ୟା କେନ୍ଦ୍ରର ସ୍ଥିତି ଏବଂ ଗଠନ ଉପରେ ଅଧିକ ପ୍ରଭାବ ପକାଉଛି। ଫଳରେ ବାତ୍ୟାର ଦିଗରେ ଆସୁଛି ବାରମ୍ବାର ପରିବର୍ତ୍ତନ।

Leave a Reply

Your email address will not be published. Required fields are marked *