Latest

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଲୁଟ ଘଟଣା : ସାମ୍ନାକୁ ଆସିଲା ଲୁଟ୍‌ ବେଳର ସିସିଟିଭି ଫୁଟେଜ୍

ସୋର ୨୮।୯: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ସୋର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ଲୁଟ ଘଟଣା ସିସିଟିଭି ସାମ୍ନାକୁ ଆସିଛି । ଏହି ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନଭିନ ଆଗକୁ ବଢାଇଛି । ୨୧ତାରିଖ ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଦୁର୍ବୁତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ରେ ତାଲା କାଟି ଲୁଟ କରିଥିବାର ଦେଖିବାକୁ ମିଳିଥିଲା ।କେତେ ଟଙ୍କା ଲୁଟ ହୋଇଛି ଜଣାପଡିନଥିବା ବେଳେ ଏକ ବର୍ଷ ମଧ୍ୟରେ ୪ ଥର ଲୁଟ ହୋଇଥିବାବେଳେ ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୁଟ୍ ସମୟରେ ବିଭିନ୍ନ ସାମଗ୍ରୀ ବାହାରେ ଫିଙ୍ଗିଥିବାବେଳେ ସିସିଟିଭିଗୁଡିକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ ଜାରି କରିଥିଲେ । ସିସିଟିଭି ଫୁଟେଜରେ ୬ଜଣ ଡକାୟତ ଆସିଥିବା ଦେଖା ଯାଉଛି । ବର୍ଷକ ମଧ୍ୟରେ ୪ ଥର ଲୁଟ୍ ହୋଇଥିବା ବେଳେ ପୋଲିସକୁ କିଛି ସୁରାକ ମିଳିନାହିଁ ।

Leave a Reply

Your email address will not be published. Required fields are marked *