Latest

ଚୀନର ସ୍ପାଏ ବେଲୁନ୍‌ କୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା

ଓ୍ବାସିଂଟନ : (ସଂକେତ୍ ଟିଭି) ଆମେରିକା ଉପରେ ଉଡୁଥିବା ଚୀନର ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦିଆଯାଇଛି । ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି।

ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ଟି ଏକ ସପ୍ତାହ ପୂର୍ବରୁ ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା କହିଛି।

ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ଦିନ ସେ ଆଦେଶ ଜାରି କରିଥିଲେ। କିନ୍ତୁ, ତିନୋଟି ବସ୍‌ର ସମୁଦାୟ ଆକାର ଭଳି ଉକ୍ତ ପ୍ରକାଣ୍ଡ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିବା ଦର୍ଶାଇ ପେଣ୍ଟାଗନ୍‌ କହିଥିଲା କି, ବେଲୁନ୍‌ଟି ସମୁଦ୍ର ଉପର ଆକାଶକୁ ଗଲେ ଯାହା କିଛି କରାଯିବ। ଏବେ ସେମାନେ ତାହାକୁ ଖସାଇବାରେ ସଫଳ ହୋଇଛନ୍ତି ବୋଲି ବାଇଡେନ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *