Latest

୩ ଭାଲୁଙ୍କ ସହ ଲଢେଇ କରି ନିଜ ଜୀବନ ବଞ୍ଚାଇଲେ ଯୁବକ

ବାଲେଶ୍ବର (ସଂକେତ୍ ଟିଭି) ତିନୋଟି ଭାଲୁ ସହିତ ଏକାକୀ ଏକ ଘଣ୍ଟା ଧରି ଲଢେଇ କରି ନିଜ ଜୀବନ ବଞ୍ଚାଇଲେ ବାଲେଶ୍ବର ଜିଲ୍ଲାର ଜଣେ ଯୁବକ । ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ଏଭଳି ଘଟଣା ଘଟିଛି । ଯୁବକ ଜଣକ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, କେଶୁରା ଗ୍ରାମର ଭାସ୍କର ଦଳେଇ ଶୌଚ ହେବା ପାଇଁ ଯିବା ସମୟରେ ନିକଟସ୍ଥ ଏକ ମନ୍ଦିର ନିକଟରେ ହଠାତ୍ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ସେ ତିନିଭାଲୁଙ୍କ ସହିତ ଏକାକୀ ଏକ ଘଣ୍ଟା ଲଢିଥିଲେ। ମାତ୍ର କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

Leave a Reply

Your email address will not be published. Required fields are marked *