Latest

ସ୍କୁଟି ଏବଂ ବାଇକ ମୁହାଁମୁହିଁ ଧକ୍କା, ଝିଅ ମୃତ, ବାପ-ପୁଅ ଗୁରୁତର

ବାଲିଆପାଳ:(ସଂକେତ ଟିଭି) ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଟଗ୍ରାମ ବ୍ରିଜ ନିକଟରେ ସ୍କୁଟି ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଝିଅ ର ମୃତ୍ଯୁ ହୋଇଥିବା ବେଳେ ବାପ ଏବଂ ପୂଅ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ଶ୍ରୀବତ୍ସପୁର ଗ୍ରାମର ସୂର୍ଯ୍ଯ ପାତ୍ର ତାଙ୍କ ସ୍କୁଟି ରେ ଝିଅ ଏବଂ ପୂଅ କୁ ବସାଇ ଘରକୁ ଫେରୁଥିବା ବେଳେ ବାଟଗ୍ରାମ ବ୍ରିଜ ନିକଟରେ ଏକ ଆପାଚି ବାଇକ ଦୃତଗତିରେ ଆସି ସ୍କୁଟି କୁ ଧକ୍କା ଦେଇ ଥିଲା। ଯାହା ଫଳରେ ତିନି ଜଣ ଯାକ ସ୍କୁଟି ରୁ ଛିଟିକି ପଡିବାରୁ ଘଟଣା ସ୍ଥଳରେ ଝିଅ ବର୍ଷା ପାତ୍ର ର ମୃତ୍ଯୁ ହୋଇଥିବା ବେଳେ ସୂର୍ଯ୍ଯ ଏବଂ ତାଙ୍କ ପୂଅ ଗୁରୁତର ହୋଇ ଥିଲେ। ସ୍ଥାନୀୟ ଲୋକେ ଉଭୟ ବାପା ଏବଂ ପୂଅ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବରପୁର ହସପିଟାଲ ରେ ଭର୍ତ୍ତି କରାଇ ଥିଲେ। ଅନ୍ଯପଟେ ଧକ୍କା ଦେଇ ଥିବା ବାଇକ ଆରୋହୀ ଙ୍କୁ ମଧ୍ଯ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଜଳେଶ୍ବରପୁର ହସପିଟାଲ ରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତିନି ଜଣ ଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ଯବଛେଦ ପାଂଇ ପଠାଇବା ସହ ଗାଡି ଗୁଡିକ ଜବତ କରି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *