FeaturedGeneralLatestPolitics

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟରେ ସୁଧାର: ୧-୨ ଦିନରେ ହସ୍ପିଟାଲରୁ ଛୁଟି

ନୂଆଦିଲ୍ଲୀ(ସଂକେତ ଟିଭି): ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି ଓ ତାଙ୍କୁ ଦିନେ ବା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଛୁଟି ମିଳିପାରେ। ସୋନିଆଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଜ୍ୱର ହେବା ଯୋଗୁ ତାଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟା ୨୨ ମିନିଟ୍ରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲର ଅଧ୍ୟକ୍ଷ ଅଜୟ ସ୍ୱରୂପଙ୍କ ଅନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଓ ବର୍ତ୍ତମାନ ସେ ବେଶ୍ ଭଲ ଅଛନ୍ତି। ଶ୍ରୀ ସ୍ୱରୂପ କହିଛନ୍ତି ଯେ ସେ ଖାଇବା ପିଇବା ଆରମ୍ଭ କରିଦେଇଛନ୍ତି, ଏଣୁ ତାଙ୍କୁ ହସ୍ପିଟାଲରୁ ଏବେ ଡିସଚାର୍ଜ କରାଯିବ।

ଡାକ୍ତରମାନେ ଅଧିକ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ‘ସିଷ୍ଟମିକ ଇନଫେକ୍ସନ’ ହୋଇଥିଲା। ଏବେ ତାଙ୍କ ଉପରେ ଆଣ୍ଟିବାୟୋଟିକ୍ ଔଷଧର ଭଲ ପ୍ରଭାବ ପଡ଼ୁଥିବାର ଦେଖାଯାଉଛି। ହସ୍ପିଟାଲରେ ସେ ଏକ ବରିଷ୍ଠ ଡାକ୍ତରଙ୍କ ଟିମ୍ର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ସୂତ୍ର ଅନୁସାରେ, ଯେହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଏବେ ଆଗ ପରି ଆଉ ଜଟିଳ ନାହିଁ, ତଥାପି ସତର୍କତା ସ୍ୱରୂପ କିଛି ସମୟ ପାଇଁ ତାଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ଦେଖରେଖରେ ରଖାଯାଇପାରେ।