CrimeFeaturedLatestNews

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ଓ ଆପତ୍ତିଜନକ ଫଟୋ ପୋଷ୍ଟ୍ କରି ଯୁବକ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ କରିବା ଜଣେ ଇଲେକ୍ଟ୍ରିସିଆନ୍ଙ୍କୁ ଭାରୀ ମହଙ୍ଗା ପଡ଼ିଛି। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିମାନଙ୍କ ପ୍ରତି ଏଭଳି ବ୍ୟଙ୍ଗାତ୍ମକ ଓ ଅଶ୍ଳୀଳ ଢଙ୍ଗରେ ପୋଷ୍ଟ୍ କରିବା ଅପରାଧ ବୋଲି ବିବେଚନା କରାଯାଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଟକ ଜଗତପୁର ଅଞ୍ଚଳର ଇଲେକ୍ଟ୍ରିସିଆନ୍ ବିଶ୍ୱଜିତ ସାହୁଙ୍କୁ ସାଇବର ଥାନା ପୋଲିସ୍ ଗିରଫ କରିଛି। ତାଙ୍କ ଠାରୁ ଏହି କାର୍ଯ୍ୟରେ ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେ କୃତ୍ରିମ ବୁଦ୍ଧିମତ୍ତା (AI) ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରୁଥିଲେ।

ଗତ ପ୍ରାୟ ଏକ ମାସ ଧରି ‘M.R.ବିଶ୍ଵ’ ନାମକ ଏକ ଆକାଉଣ୍ଟରୁ ଏଭଳି ଆପତ୍ତିଜନକ ପୋଷ୍ଟ୍ କରାଯାଉଥିଲା। ସୋସିଆଲ ମିଡିଆ ପାଟ୍ରୋଲିଂ ସମୟରେ ଏହା ପୋଲିସ୍ର ନଜରକୁ ଆସିବା ପରେ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଟ୍ରାକ୍ କରାଯାଉଥିଲା।

ଶେଷରେ ପୋଲିସ୍ ତାଙ୍କ ମୋବାଇଲ୍ ସିଗନାଲ୍ ଓ ଟେକ୍ନିକାଲ୍ ତଥ୍ୟ ଆଧାରରେ ତାଙ୍କୁ ଜଗତପୁରଠାରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜର ସୋସିଆଲ ମିଡିଆ ଭ୍ୟୁସ୍ ବଢ଼ାଇବା ଲାଗି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିଲା ବୋଲି ପୋଲିସ୍ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *