FeaturedLatestNews

ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଗଲା ୮୩୮ କୋଟି

ଭୁବନେଶ୍ୱର (ସଂକେତ ଟିଭି): ଚାଷୀଙ୍କ ପାଇଁ ଖୁସିର ଖବର। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି। ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ରୁ ୨୨ ମାସରେ ଆମ କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତରେ ପହଞ୍ଚିଛି। ଏହା ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ। ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସଠିକ୍ ସମୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଆମର ଲକ୍ଷ୍ୟ। ଏଥିପାଇଁ ସରକାରଙ୍କର ସି ଏମ୍ କିଷାନ୍ ଯୋଜନା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କୃଷକଙ୍କୁ ମୁଖ୍ୟ ସ୍ରୋତରେ ଯୋଡ଼ିବା।

ସେହିପରି ଆଜି (ସୋମବାର) ୪୨ ଲକ୍ଷ ୬୮ ହଜାର ୫୪୨ ଜଣ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଇ-କେୱାଇସି, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ନଥିବା, ଏକକ ମୋବାଇଲ ନମ୍ବର ନଥିବା ଓ ଜମି ପଞ୍ଜିକରଣ ପ୍ରମାଣପତ୍ର ନଥିବା ଚାଷୀଙ୍କ ଖାତାକୁ ସହାୟତା ରାଶି ଯାଇପାରିନଥିବ। ଏଭଳି ଚାଷୀ ତୁରନ୍ତ ସବୁ ତଥ୍ୟ ପ୍ରଦାନ କରି ସି ଏମ୍ କିଷାନ୍ ସହାୟତା ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।