FeaturedLatestNews

ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ, ୪ ଆହତ

ଢେଙ୍କାନାଳ (ସଂକେତ ଟିଭି): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲିଥିବା ବେଳେ କାମାକ୍ଷାନଗରରେ ଏକ ମରଣାତ୍ମକ ଆକ୍ରମଣ ଅଭିଯୋଗ ହୋଇଛି। ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା କର୍ମଚାରୀ ରହିଛନ୍ତି। ଆହତଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

କାମାକ୍ଷାନଗର ଏନଏସିର ୩ ନମ୍ବର ୱାର୍ଡ ମହିମାନଗର ସାହିରେ ଏହି ଆକ୍ରମଣ ଘଟିଛି। କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର ଦୁଇ ପୁଅ। ପଥର ଧରି ମାରିବାକୁ ଗୋଡ଼ାଇଥିବା ଅଭିଯୋଗ ମଧ୍ୟ ହୋଇଛି।

ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।