FeaturedGeneralLatest

ଟ୍ରମ୍ପଙ୍କ ଉପରେ ଗୁଳିମାଡ଼, ମରୁମରୁ ବଞ୍ଚିଲେ

ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଛି। ସେ ମରୁମରୁ ବଞ୍ଚିଯାଇଛନ୍ତି। ୱାଶିଂଟନର ହିଲଟନ୍ ହୋଟେଲରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସ ଡିନର ପାର୍ଟି ଚାଲିଥିବା ବେଳେ ଏହି ଘଟଣା ଘଟିଛି। କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସମେତ ଆମେରିକାର ଟପ୍ ନେତାମାନେ ଉପସ୍ଥିତ ଥିଲେ।

ହଠାତ୍ ଗୁଳିମାଡ଼ରେ ହୋଟେଲ ଥରି ଉଠିଥିଲା। କେବଳ ଟ୍ରମ୍ପ୍ ନୁହନ୍ତି, ଉପରାଷ୍ଟ୍ରପତି ଜେଡି ଭାନ୍ସ୍ ଏବଂ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଟ୍ରମ୍ପଙ୍କ ସାମ୍ନାରେ ଗୁଳିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଛି।

ସବୁଠୁ ବଡ଼ କଥା ହେଲା, ବର୍ଷ ବର୍ଷର ବହିଷ୍କାର ପରେ ଡୋନାଲ୍ଡ ଟ୍ରମ୍ପ ଏହି ରାତ୍ରୀଭୋଜନରେ ଯୋଗ ଦେଇଥିଲେ। ଗଣମାଧ୍ୟମ ସହିତ ବର୍ଷ ବର୍ଷର ଆକ୍ରୋଶ ସମୀକରଣର ଅନ୍ତ ଆଣିବା ତାଙ୍କର ଉଦ୍ଦେଶ୍ୟ ଥିଲା। ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସେ ପ୍ରମୁଖ ସମ୍ବାଦ ସଂଗଠନଗୁଡ଼ିକୁ ପକ୍ଷପାତିତା ଅଭିଯୋଗ କରିବା ସହ “ମିଥ୍ୟା ସମ୍ବାଦ” ଶବ୍ଦ ବ୍ୟବହାର କରୁଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଫାୟାରିଂ ଆରମ୍ଭ ହୋଇଗଲା। ଆମେରିକା ରାଷ୍ଟ୍ରପତି ଏବଂ ସାମ୍ବାଦିକଙ୍କ ମଧ୍ୟରେ ଏକ ବିରଳ ମୁହୂର୍ତ୍ତ ଭୟରେ ପରିଣତ ହୋଇଥିଲା। ଏହାସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।

ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସ ଡିନର ପାର୍ଟି ୧୯୨୧ ମସିହାରୁ ଆରମ୍ଭ ହୋଇଥିଲା। ଏହା WHCA ଦ୍ୱାରା ଆୟୋଜିତ ହୋଇଥାଏ। ଏହା ସାମ୍ବାଦିକମାନଙ୍କ ପାଇଁ ରାଷ୍ଟ୍ରପତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଭାବବିନିମୟର ଏକ ମଞ୍ଚ। ବର୍ଷ ବର୍ଷ ଧରି ଏହା ଏକ ରାଜନୈତିକ ଏବଂ ଗଣମାଧ୍ୟମ କାର୍ଯ୍ୟକ୍ରମରେ ପରିଣତ ହୋଇଛି।

ରାତ୍ରୀଭୋଜନ ସବୁବେଳେ ହାଇ ସିକ୍ୟୁରିଟି ହୋଟେଲରେ ଆୟୋଜିତ ହୁଏ। ବଲ୍ରୁମ୍ କଡ଼ାକଡ଼ି ନିୟନ୍ତ୍ରିତ ଥିଲେ ମଧ୍ୟ କରିଡର ଓ ଅତିଥି ମହଲା ଭଳି ପ୍ରବେଶ ସ୍ଥାନ ନିରୀକ୍ଷଣ କରିବା କଷ୍ଟକର। ଆକ୍ରମଣକାରୀ କିପରି ଅସ୍ତ୍ରଶସ୍ତ୍ର ଧରି ବିଲ୍ଡିଂ ମଧ୍ୟଦେଇ ପ୍ରବେଶ କଲା, ତାହା ଅଧିକାରୀମାନେ ସମୀକ୍ଷା କରୁଛନ୍ତି।

ଟ୍ରମ୍ପଙ୍କୁ ହତ୍ୟା ଯୋଜନା ଫେଲ୍ ମାରିଛି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି। ତାର ନାମ କୋଲ ଟୋମାସ ଏଲେନ୍ (୩୧)। ସେ କାଲିଫର୍ଣ୍ଣିଆ ଟୋରେନ୍ସର ବାସିନ୍ଦା ଏବଂ ଜଣେ ଟ୍ୟୁଟର ଓ ସଫ୍ଟୱେର ଡେଭଲପର।

କୋଲ୍ ଏଲେନ୍ କାଲିଫର୍ଣ୍ଣିଆ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲଜିରୁ ୨୦୧୭ରେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲା। ୨୦୨୫ରେ ସେ କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲା। ସେ ଜଣେ ଗେମ୍ ଡେଭଲପର ଓ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲା।