FeaturedLatestNews

ନିଶାମୁକ୍ତ ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି):‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ନେଇ ରାଜ୍ୟ ସରକାର ଏକ ବୃହତ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। ମୋଟ୍ ୪ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟବରାଦରେ ଏହି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସ୍କୁଲସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବ୍ୟାପକ ସଚେତନତା ଅଭିଯାନ କରାଯିବ।

ଏହି ଯୋଜନା ଅନୁଯାୟୀ, ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସଚେତନତା ଅଭିଯାନ, ମାରାଥନ, ୱାକାଥନ ଓ ସାଇକେଲ ରାଲି ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କୁ ସଚେତନ କରାଯିବ। ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରହିଛି।

ଏହାସହିତ, ରାଜ୍ୟର ପ୍ରତ୍ୟେକ ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ଆଣ୍ଟି-ଡ୍ରଗ୍ କମିଟିର ବୈଠକ ଆୟୋଜନ କରାଯିବ। ୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ଅଭିଯାନ ଆୟୋଜନ କରାଯିବା ସହ ପ୍ରତି ଜିଲ୍ଲାରେ ୫୦ ଜଣ ଲେଖାଏଁ ‘ନଶା ମୁକ୍ତ ମିତ୍ର’ଙ୍କୁ ନେଇ ସଚେତନତା କରାଯିବ। ଏଥିପାଇଁ ୭୬.୪୦ ଲକ୍ଷ ଟଙ୍କା ବ୍ୟୟରେ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ସଂଗଠିତ କରାଯିବ ବୋଲି ଯୋଜନାରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *