CrimeFeaturedLatestNews

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ

ରାୟଗଡ଼ା (ସଂକେତ ଟିଭି): ରାୟଗଡ଼ା ଜିଲା ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛି। ଘଟଣାସ୍ଥଳରୁ ତାଙ୍କୁ ଗୁଣପୁର ତହସିଲ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଇଛି।

ଏହି ଘଟଣା ପରେ ଭିଜିଲାନ୍ସ ଟିମ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଟାଉନ ଆର୍ ଆଇ କାର୍ଯ୍ୟାଳୟ, ସିରିଝୋଲି ଆର୍ ଆଇ କାର୍ଯ୍ୟାଳୟ ଏବଂ ଗୁଣପୁର ଶ୍ରୀନଗରରେ ଥିବା ତାଙ୍କ ଭଡ଼ା ଘରେ ଭିଜିଲାନ୍ସ ଟିମ ଯାଞ୍ଚ କରିଛି। ଏହି ଚଢ଼ାଉ ବେଳେ ନଥି ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି।

ଜୟପୁର, ରାୟଗଡ଼ା ଓ ଭବାନୀପାଟଣା ଭିଜିଲାନ୍ସ ୟୁନିଟ୍ର ପ୍ରାୟ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଦୁଇ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *