FeaturedLatestNews

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର

ବାଲେଶ୍ବର (ସଂକେତ ଟିଭି): ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ଟପିଯାଇଛି। ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଦିନ ଗୋଟାଏ ବେଳକୁ ଜଳସ୍ତର ୧୦.୩୯ ମିଟର ଉପରେ ପ୍ରବାହିତ ହେଉଛି। ଏହି ବନ୍ୟା ପାଣି ବର୍ତ୍ତମାନ ସମୟରେ ତଳିଆ ଅଞ୍ଚଳ ବାଲିଆପାଳ ବ୍ଲକର ଚୌଧୁରୀକୁଦ ଚଟଣାରେ ୨ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ସେପଟେ, ଜଳକା ନଦୀର ପାଣି ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମାଥାନି ଠାରେ ବିପଦ ସଂକେତ ୬.୫୦ ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୯୮ ମିଟରରେ ପହଞ୍ଚିଛି, ଯାହା ବିପଦ ସଂକେତଠାରୁ ପ୍ରାୟ ଅଧା ମିଟର ଉପରେ।

ଜଳକା ନଦୀର ଦ୍ବିତୀୟ ବନ୍ୟା ଆସିବାରୁ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ୩୦ରୁ ଅଧିକ ଗାଁ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଅନେକ ଘରେ ପାଣି ପଶିବା ସହ ଅନେକ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିସହ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣିର ଲହଡ଼ି ମାରୁଛି, ଯାହା ଚାଷୀମାନଙ୍କ ପାଇଁ ବଡ଼ ଧରଣର ଆର୍ଥିକ ସଙ୍କଟ ଆଣିଛି।

Leave a Reply

Your email address will not be published. Required fields are marked *