FeaturedLatestNews

ପୁଣି ବଢିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପୁଣି ଥରେ କ୍ଷୀର ଦର ବୃଦ୍ଧି ହେବାକୁ ଯାଉଛି। ଓମଫେଡ୍ ପକ୍ଷରୁ ଏହି ଘୋଷଣା କରାଯାଇଛି ଯେ ଆସନ୍ତା ଅକ୍ଟୋବର ୪ ତାରିଖରୁ କ୍ଷୀର ଦର ବୃଦ୍ଧି ଲାଗୁ ହେବ। ଏହି ବର୍ଦ୍ଧିତ ଦର ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ।

ଓମଫେଡ୍ କ୍ଷୀରର ଦର ଲିଟର ପିଛା ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି। ପ୍ରିମିୟମ୍ କ୍ଷୀର ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବାବେଳେ ଏବେ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି।

ସେହିପରି ଗୋଲ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ି ୬୨ ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ଲସ୍ ୬୬ ଟଙ୍କା ଏବଂ ଟୋନ୍ଡ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇଛି। ଗତ ୫ ମାସ ମଧ୍ୟରେ ଓମଫେଡ୍ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବୃଦ୍ଧି କରିଛି।

ଓମଫେଡ୍ ପରିଚାଳନା କମିଟି ବୈଠକରେ ଦର ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ଦର ୨ ଟଙ୍କା ବଢ଼ାଯାଇଥିଲା।

Leave a Reply

Your email address will not be published. Required fields are marked *