FeaturedLatestNews

ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ମହଙ୍ଗା ମାଡ଼ ଭିତରେ ଆଶ୍ୱସ୍ତି ଦେଇ ମହଙ୍ଗା ଭତ୍ତା ବା ଡିଏରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ଡିଏ ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଛି । ଚଳିତ ବର୍ଷ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବା ସହ ନଭେମ୍ବର ମାସର ଦରମାରେ ବର୍ଦ୍ଧିତ ଭତ୍ତା ନଗଦ ଆକାରରେ ମିଳିବ ।

ସେହିପରି ପେନସନଭୋଗୀଙ୍କ ଟି.ଆଇ. ବା ମହଙ୍ଗା ରିଲିଫ୍‌ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୋଇଛି । ନଭେମ୍ବର ମାସ ପେନସନ ସହ ଏହି ବର୍ଦ୍ଧିତ ରାଶି ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

ଏପଟେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ମିଳିଛି ସମାନ ଆଶ୍ୱସ୍ତି । ପେନସନଭୋଗୀଙ୍କ ଟି.ଆଇ. ବା ମହଙ୍ଗା ରିଲିଫ୍‌ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଫଳରେ ନଭେମ୍ବର ମାସ ପେନସନ ସହ ମିଳିବ ବର୍ଦ୍ଧିତ ଟି.ଆଇ । ଏହି ନିଷ୍ପତ୍ତି ଫଳରେ ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ସିଧାସଳଖ ଉପକୃତ ହେବେ ।

କିଛି ମାସ ପୂର୍ବରୁ ରାଜ୍ୟର ସରକାରୀ ଉଦ୍ୟୋଗ ବା ଙଜଞ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧି କରିଥିଲେ ଓଡ଼ିଶା ସରକାର । ସଂଶୋଧିତ ଦରମା ହାର, ୨୦୧୭ ଅନୁସାରେ, ଦରମା ପାଉଥିବା ଯୋଗ୍ୟ ଙଜଞ କର୍ମଚାରୀଙ୍କ ପାଇଁ ଉଆ ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଉଆ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗର କମିଶନର ତଥା ସଚିବ ମହମ୍ମଦ ସାଦିକ ଆଲମଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅର୍ଥ ବିଭାଗର ୨୦୨୬ ମେ’ ୧୮ ତାରିଖର ନିର୍ଦ୍ଦେଶକୁ ଆଧାର କରି ରାଜ୍ୟ ସରକାରୀ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଅତିରିକ୍ତ ୨ ପ୍ରତିଶତ ଉଆ ମଞ୍ଜୁର କରାଯାଇଥିଲା ।

Leave a Reply

Your email address will not be published. Required fields are marked *