ଅକ୍ଟୋବର ୧୩ରେ ପୁଣି ଲଘୁଚାପ ସମ୍ଭାବନା, ବର୍ଷାରେ ଭିଜିପାରେ ଦୁର୍ଗାପୂଜା
ଭୁବନେଶ୍ୱର (ସଂକେତ ଟିଭି): ମୌସୁମୀର ବିଦାୟ ଏବଂ ଶୀତ ଆରମ୍ଭ ହେବାର ବେଳ । କିନ୍ତୁ ବଙ୍ଗୋପସାଗରରେ ପୁଣି ବଦଳିବ ପାଗ। ଆସୁଛି ଆଉ ଏକ ଲଘୁଚାପ।
ଅକ୍ଟୋବର ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ଆସୁଛି ଲଘୁଚାପ। ଅକ୍ଟୋବର ୧୨ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଅକ୍ଟୋବର ୧୩ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ତେବେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଅବପାତର ରୂପ ନେବା ସମ୍ଭାବନା କମ୍ ରହିଛି। ୧୨ ତାରିଖରୁ ଆଣ୍ଡାମାନ ସାଗରର ପାଗ ବଦଳିବ। ଏହା କେତେ ଘନୀଭୂତ ହେବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ସଠିକ ପୂର୍ବାକଳନ ହୋଇନାହିଁ।
ଚଳିତ ବର୍ଷା ମୋଟ ୧୦ଟି ପାଣିପାଗ ସିଷ୍ଟମ୍ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ୬ଟି ଲଘୁଚାପ କ୍ଷେତ୍ର, ୩ଟି ଡିପ୍ରେସନ୍ ଏବଂ ଗୋଟିଏ ଡିପ୍ ଡିପ୍ରେସନ୍ ରହିଥିଲା।
