BusinessFeaturedLatestNews

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି ଓ ଆଇସକ୍ରିମ୍

ଭୁବନେଶ୍ୱର (ସଂକେତ୍ ଟିଭି): ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି। ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍‌ଫେଡ୍ ଆଇସକ୍ରିମ୍। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀ କହିଛନ୍ତି, ବୋର୍ଡ ସହ ଏନେଇ ଆଲୋଚନା ଚାଲିଛି। ବୋର୍ଡ ଅନୁମୋଦନ ପରେ ବଜାରକୁ ଆସିବ ଓମ୍‌ଫେଡ୍ ପାଣି ଓ ଓମ୍‌ଫେଡ୍ ଆଇସକ୍ରିମ୍।

ରାଜ୍ୟରେ କ୍ଷୀର, ଛେନା, ପନିର ଅପମିଶ୍ରଣ ଘଟଣା ଆସୁଥିବା ବେଳେ ମନ୍ତ୍ରୀ ଓମ୍‌ଫେଡ୍‌ର ଗୁଣବତ୍ତା ନେଇ ମତ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଓମ୍‌ଫେଡ୍‌ର ଗୁଣବତ୍ତା ରହିଛି। ଓମ୍‌ଫେଡ୍‌ କ୍ଷୀରକୁ ତ୍ରିସ୍ତରୀୟ ଚେକିଂ କରାଯାଏ। ଫ୍ୟାଟ୍ ଚେକିଂ ହୁଏ। ଅପମିଶ୍ରଣ ହୁଏନାହିଁ। ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ଓମ୍‌ଫେଡ୍ କ୍ଷୀର ବିକ୍ରୟ ଦର ଦୁଇ ଟଙ୍କା ବଢ଼ିଛି। ଯାହା ଦ୍ୱାରା ଚାଷୀ ଅଧିକ ସ୍ୱାବଲମ୍ବୀ ହେବେ।