FeaturedLatestNews

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ରାଇରଙ୍ଗପୁରରେ ଆୟୋଜିତ ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହେବେ। ଅକ୍ଟୋବର ୨୬ରୁ ୩୦ ତାରିଖ ଯାଏଁ ଏହି ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ।

ଦିଲ୍ଲୀରୁ ୧୦୦ରୁ ଉର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଆସି ରୋଗୀଙ୍କର ଚିକିତ୍ସା କରିବେ। ଏ ନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଅକ୍ଟୋବର ୨୮ ତାରିଖରେ ଦିଲ୍ଲୀ ଫେରିଯିବେ।

Leave a Reply

Your email address will not be published. Required fields are marked *