ବାଲେଶ୍ୱରରେ ବାଇକ ସୋରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବାଇକ ଓ ସ୍କୁଟି
ବାଲେଶ୍ବର (ସଂକେତ ଟିଭି): ସହରର ସହଦେବଖୁଣ୍ଟା ନିକଟସ୍ଥ ଏକ ବାଇକ ସୋରୁମରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ ସୋରୁମ ଭିତରୁ ଧୂଆଁ ବାହାରୁଥିବା ଦେଖି କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ସୋରୁମରେ ଥିବା କିଛି ବାଇକ ଓ ସ୍କୁଟି ଜଳିଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନାହିଁ।
ପ୍ରାଥମିକ ଭାବେ ସଟସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ଅନ୍ୟପଟେ ସୋରୁମରେ ଇଭି ଚାର୍ଜିଂ ଷ୍ଟେସନ ଓ ଇଭି ଥିବାରୁ ମଧ୍ୟ ସର୍ଟସର୍କିଟ ହୋଇଥିବା ଅନୁମାନ କରାଯାଉଛି।
