FeaturedGeneralLatest

ଫର୍ମ-୬ରୁ ଅତିରିକ୍ତ ଏସଆଇଆର ଘୋଷଣା ହଟାଇଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ(ସଂକେତ ଟିଭି): ସାରା ଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଜାରି ରାଜନୀତି ମଧ୍ୟରେ ନିର୍ବାଚନ ଆୟୋଗ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆୟୋଗ ସେହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଅନଲାଇନ ପଞ୍ଜିକରଣ ‘ଫର୍ମ-୬’ରୁ ଅତିରିକ୍ତ ଏସଆଇଆର ସମ୍ପର୍କିତ ଘୋଷଣା ହଟାଇ ଦେଇଛନ୍ତି, ଯେଉଁଠି ଏସଆଇଆର ଶେଷ ହୋଇ ସାରିଛି।

ଆୟୋଗଙ୍କ ସମ୍ପୂର୍ଣ୍ଣ ଆୟୋଗ ପକ୍ଷରୁ ଏହା ସ୍ପଷ୍ଟ କରାଯିବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି ଯେ ଏହି ନିୟମ କେବଳ ସଘନ ସଂଶୋଧନ ଅଭିଯାନ କାଳରେ ହିଁ ଜାରି ରହିବ।

ଆୟୋଗଙ୍କ ଅନୁସାରେ ଯେଉଁ ରାଜ୍ୟରେ ଏସଆଇଆର ପ୍ରକ୍ରିୟା ସମାପ୍ତ ହୋଇ ସାରିଛି ସେଠାରେ ଏବେ ଇସିଆଇନେଟ୍ ଆପ୍ ଓ ପୋର୍ଟାଲ ସମେତ ସମ୍ବଦ୍ଧିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପୋର୍ଟାଲରୁ ଏହି ଅତିରିକ୍ତ ଘୋଷଣା ହଟାଇ ଦିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ସେହି ସବୁ ରାଜ୍ୟରେ ନୂଆ ଭୋଟରଙ୍କ ପଞ୍ଜିକରଣ ଲାଗି କେବଳ ‘ରୁପୈ ପଞ୍ଜିକରଣ ନିୟମ ୧୯୬୦’ରେ ନିର୍ଦ୍ଦାରିତ ବୈଧାନିକ ଫର୍ମ-୬ ପୂରଣ କରିବାକୁ ପଡିବ।

ଆୟୋଗଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ଆଧାରରେ ଯେଉଁ ରାଜ୍ୟ ଅଥବା କେନ୍ଦ୍ର ଶାସିତ ପ୍ରଦେଶରେ ଏବେ ଏସଆଇଆର ପ୍ରକ୍ରିୟା ଚାଲିଛି ସେଠାରେ ଫର୍ମ-୬ ସହିତ ଏହି ଅତିରିକ୍ତ ଘୋଷଣା ଏବେବି ଇସିଆଇନେଟ୍ ପୋର୍ଟାଲରେ ଉପଲବ୍ଧ ରହିବ। ଏହି ଅତିରିକ୍ତ ଘୋଷଣା ଅନୁସାରେ ନୂଆ ଆବେଦକଙ୍କୁ ନିଜର ବା ମାତା-ପିତା/ ଜେଜେ-ଜେଜେମାଙ୍କ କୌଣସି ଏସଆଇଆର କାଳରେ ପ୍ରସ୍ତୁତ ଭୋଟର ଲିଷ୍ଚ ସହ ସଂଯୁକ୍ତ କରୁଥିବା ବିବରଣୀ ଦେବାକୁ ହୁଏ।

ଉଲ୍ଲେଖଯୋଗ୍ୟ ଯେ ଏହି ପୁରା ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଏକ ଗଣମାଧ୍ୟମ ରିପୋର୍ଟରେ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନ ଉପରେ ଆପତ୍ତି କରିଥିବାର ଜଣାପଡିଲା। ଯୋଶୀଙ୍କ ତର୍କ ଥିଲା ଯେ ‘ରୁପୈ ପଞ୍ଜିକରଣ ନିୟମ ୧୯୬୦’ ଅନୁସାରେ ନିର୍ଦ୍ଧାରିତ କୌଣସି ଫର୍ମରେ ନିୟମ ସଂଶୋଧନ ନ କରି ପରିବର୍ତ୍ତନ କରାଯାଇ ପାରିବନି। ସେହିପରି ସୁଖବୀର ସିଂହ ସନ୍ଧୁ ମଧ୍ୟ ଏହି କଥାକୁ ସମର୍ଥନ କରିଥିଲେ। ଯେତେବେଳେ ଏହାକୁ ଇସିଆଇନେଟ୍ ରେ ଯୋଡାଗଲା ସେତେବେଳେ ସନ୍ଧୁ ଏହାକୁ ଅବୈଧ କହି ହଟାଇବାକୁ ଦାବି କରିଥିଲେ।

ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ କହିବା କଥା ହେଉଛି ଫର୍ମ-୬ରେ କୌଣସି ସଂଶୋଧନ କରାଯାଇନି, ବରଂ ଏହି ଘୋଷଣା କେବଳ ଏସଆଇଆର ଲାଗି ଏକ ଅତିରିକ୍ତ ଆବଶ୍ୟକତା ଥିଲା। ଆୟୋଗ ଏହା ବି କହିଥିଲେ ଯେ ବିହାର ଏସଆଇଆର କାଳରେ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ସଠିକ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *