FeaturedLatestNews

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ୱର (ସଂକେତ ଟିଭି): ଖୋର୍ଧା ଜିଲ୍ଲା ଜଟଣୀ ସ୍ଥିତ ଇନଫୋ ଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ମ ଡାଟା ସେଣ୍ଟରକୁ ରବିବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗସ୍ତ ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସୁରକ୍ଷା ଦାୟିତ୍ୱରେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫ ପ୍ଲାଟୁନ୍ CAPF ମୁତୟନ ହେବେ। ଏହାସହ ପ୍ରାୟ ୨୦୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୦ ଜଣ SP ରାଙ୍କର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।

ଏୟାରପୋର୍ଟଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଓ ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ରୁଟ୍ରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଣ୍ଟି ଟେରର୍ ଟିମ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇବ। ଏହାସହ ଭିଡ଼ ନିୟନ୍ତ୍ରଣ, ରୁଟ୍ ଲାଇନିଂ ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯିବା ସହ ବିକଳ୍ପ ରୁଟ୍ର ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ଯାତାୟାତ ଯେପରି ଅଧିକ ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଡାଟା ସେଣ୍ଟର ଉଦ୍ଘାଟନକୁ ନେଇ ପୋଲିସ ପକ୍ଷରୁ ସୁରଷା ପ୍ରସ୍ତୁତି ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *