ସମ୍ବଲପୁରରେ ଗଡିଲା ୨୫ ଇ-ବସ୍, ମାର୍ଚ୍ଚ ଶେଷ ଆଗରୁ ଗଡିବ ଆଉ ୨୫ଟି
ସମ୍ବଲପୁର (ସଂକେତ ଟିଭି): ସମ୍ବଲପୁର ସହରରେ ଶନିବାର ଦିନ ୨୫ଟି ନୂଆ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ସେବା ଆରମ୍ଭ କରାଗଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସେବାର ଶୁଭାରମ୍ଭ କରିଛନ୍ତି।
ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ, ଚଳିତ ମାସ ମାର୍ଚ୍ଚ ଶେଷ ସୁଦ୍ଧା ସହରରେ ଆଉ ୨୫ଟି ଇ-ବସ୍ ବ୍ୟବସ୍ଥା କରାଯିବ। ଏହି ପଦକ୍ଷେପ ସହରବାସୀଙ୍କ ପାଇଁ ସୁବିଧା ସୃଷ୍ଟି କରିବା ସହ ପରିବେଶ ମଧ୍ୟ ସୁରକ୍ଷିତ ରହିବ।
ଏହି ନୂତନ ବସ୍ ଟର୍ମିନାଲ ଏବଂ ଇ-ବସ୍ ସମୂହର ରକ୍ଷଣାବେକ୍ଷଣ ପାଇଁ ମୋଟ ୨୩୮.୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏହି ଉନ୍ନତ ଟର୍ମିନାଲ ଏବଂ ପରିବେଶ ବନ୍ଧୁତ୍ୱପୂର୍ଣ୍ଣ ଇ-ବସ୍ ସେବା ସମ୍ବଲପୁରର ସର୍ବସାଧାରଣ ଯାତାୟତ ବ୍ୟବସ୍ଥାକୁ ନୂତନ ମାନ୍ୟତା ଦେବ ବୋଲି ଆଶା କରାଯାଉଛି।
