FeaturedLatestNews

ହାତୀ ଶାବକର ମୃତଦେହ ଉଦ୍ଧାର: ବନ ବିଭାଗର ତଦନ୍ତ ଆରମ୍ଭ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳର ହାତୀମୁଣ୍ଡି କାଜୁ ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ ପକ୍ଷରୁ ଏହି ମୃତଦେହକୁ ଜବତ କରାଯାଇଛି।

ସୂଚନା ଅନୁସାରେ, ଶିମିଳିପାଳରୁ ଆସିଥିବା ଏକ ହାତୀ ପଲ ମଧ୍ୟରେ ଥିବା ୧୭ ଦିନର ଏହି ହାତୀ ଶାବକଟି ପୋଖରୀଆ ଜଙ୍ଗଲରେ ଜନ୍ମ ହୋଇଥିଲା।

ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ଏକ ଡାକ୍ତରୀ ଦଳ ସହିତ ପହଞ୍ଚି ପରବର୍ତ୍ତୀ ପଦକ୍ଷେପ ଆରମ୍ଭ କରିଛନ୍ତି।