FeaturedLatestNews

ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ: ଗଛରେ ଝୁଲିଥିଲା ପ୍ଲାଷ୍ଟିକ ଡବା

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଗେନ୍ଦରାସାହି ନିକଟରେ ଏକ ଗଛରେ ଏକ ଅଜଣା ବସ୍ତୁ ଝୁଲିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି। ଏହି ବସ୍ତୁଟି ପ୍ଲାଷ୍ଟିକ ଡବା ଆକାରର ହୋଇଥିବା ବେଳେ ଏହା ଏକ ହଳଦିଆ ରଙ୍ଗର ସୁତାରେ ବନ୍ଧା ହୋଇ ଗଛରେ ଲଟକି ରହିଥିଲା।

ଡବାଟି ଉପରେ P୦୦୮୬ ନମ୍ବର ଲେଖା ଥିବା ଦେଖିବାକୁ ମିଳିଛି। ଏହି ବସ୍ତୁଟି କେଉଁଠାରୁ ଏବଂ କିପରି ଆସିଲା, ସେ ନେଇ ଗ୍ରାମବାସୀ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଅନ୍ୟପଟେ ଏହା କୌଣସି ପ୍ରତିରକ୍ଷା ବିଭାଗର ଅଂଶ ବିଶେଷ ହୋଇଥିବାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଥିଲା।

ଏହି ଅଜଣା ବସ୍ତୁକୁ ବରହମପୁର ପୋଲିସ ଜବତ କରି ଇସ୍ରୋ ସହିତ ଯୋଗାଯୋଗ କରିଥିଲା। ଇସ୍ରୋ ଏହି ବସ୍ତୁଟିକୁ ନିଜର ବୋଲି କହିଥିବା ଆଇଆଇସି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *