ନବୀକୃତ କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ନବୀକୃତ କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଷ୍ଟୁଡିଓର ଲୋକାର୍ପଣ କରିଛନ୍ତି । ନବୀକରଣ ପରେ ଐତିହାସିକ କଳିଙ୍ଗ ଷ୍ଟୁଡିଓ ନୂଆ ରୂପରେ ଫେରିଛି ।
ଏଣିକି ଓଡ଼ିଶାରେ ହିଁ ମିଳିବ ବରଫର ମଜା । ଷ୍ଟୁଡିଓ ପରିସରରେ ରହିଛି ସ୍ନୋ ୱାର୍ଲ୍ଡ, ଯେଉଁଠି ବରଫର ପରିବେଶ ଓ ଶୀତଳ ଅନୁଭୂତି ପର୍ଯ୍ୟଟକଙ୍କୁ ଦେବ ଏକ ଭିନ୍ନ ଅନୁଭବ ।
ଫିଲ୍ମ ଶୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନର ନୂଆ କେନ୍ଦ୍ର ଭାବେ କଳିଙ୍ଗ ଷ୍ଟୁଡିଓକୁ ବିକଶିତ କରାଯାଇଛି । ସ୍ନୋ ୱାର୍ଲ୍ଡ ପାଇଁ ମଧ୍ୟ ପ୍ରବେଶ ଟିକେଟ୍ ବ୍ୟବସ୍ଥା ରହିଛି । ଫଳରେ ରାଜଧାନୀରେ ମନୋରଞ୍ଜନ ସହ ନୂଆ ପର୍ଯ୍ୟଟନ ଅନୁଭୂତି ପାଇବାର ସୁଯୋଗ ମିଳିବ ।
