କେନ୍ଦୁଝରରେ ୧,୨୯୨ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର(ସଂକେତ ଟିଭି): କେନ୍ଦୁଝରର ବିକାଶକୁ ମିଳିଲା ନୂଆ ଗତି। ଶିକ୍ଷାଠାରୁ ସ୍ୱାସ୍ଥ୍ୟ, ଶିଳ୍ପଠାରୁ ନିଯୁକ୍ତି, ଗମନାଗମନଠାରୁ ନଗର ଭିତ୍ତିଭୂମି ସବୁ କ୍ଷେତ୍ରକୁ ଫୋକସ୍ରେ ରଖି ଜିଲ୍ଲାକୁ ବଡ଼ ବିକାଶ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୧,୨୯୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୋହନ ଚରଣ ମାଝୀ। ଏଥିରେ ୧୯୮ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୩୨ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି।
ନିଜ ଜନ୍ମମାଟି କେନ୍ଦୁଝରର ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନଭେମ୍ବର ୬ ତାରିଖରେ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୧,୨୯୨ କୋଟି ଟଙ୍କା।
କେବଳ ନୂଆ ପ୍ରକଳ୍ପ ଘୋଷଣା ନୁହେଁ, ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ଅନେକ ପ୍ରକଳ୍ପକୁ ମଧ୍ୟ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ରାସ୍ତାଘାଟ ଓ ନଗର ବିକାଶକୁ ନେଇ ରହିଛି ଏହି ପ୍ୟାକେଜ୍।
