ବାତ୍ୟା ଆକଭାନ୍: ୩୭ଟି ଟ୍ରେନ୍ ବାତିଲ, ୨୬ଟିର ସମୟ ପରିବର୍ତ୍ତନ
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ‘ଆକଭାନ୍’କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୩୭ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୨୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ବାତ୍ୟା ପାଇଁ ସତର୍କ ଅଛନ୍ତି।
ବାତ୍ୟାର ପ୍ରଭାବ ଓ ଲ୍ୟାଣ୍ଡଫଲ୍କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ଉପରେ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ନଜର ରଖାଯାଇଛି। ଉପକୂଳ ଅଞ୍ଚଳରେ ଟ୍ରାକ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଜରୁରୀକାଳୀନ ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି, ରିଜର୍ଭ ରେକ୍ ଓ ଅତିରିକ୍ତ ମାନବ ସମ୍ବଳକୁ ବିଭିନ୍ନ ରଣନୈତିକ ସ୍ଥାନରେ ମୁତୟନ କରାଯାଇଛି। ଯାତ୍ରୀଙ୍କୁ ଟ୍ରେନ୍ ବାତିଲ ଓ ସମୟ ପରିବର୍ତ୍ତନ ସମ୍ପର୍କିତ ସୂଚନା ସୋସିଆଲ ମିଡିଆ, ଏନ୍ଟିଇଏସ୍ ଆପ୍ ଓ ଷ୍ଟେସନର ଘୋଷଣା ମାଧ୍ୟମରେ ଦିଆଯାଉଛି। ପ୍ରତ୍ୟେକ ଷ୍ଟେସନରେ ଯାତ୍ରୀଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ବିଭାଗ ଈଙଛଘ ଦୀପକ କୁମାର ରାଉତ।
ସୂଚନା ଅନୁଯାୟୀ, ହାଟିଆ-ପୁରୀ ଏକ୍ସପ୍ରେସ ୪ ଘଣ୍ଟା ବିଳମ୍ବ ରହିଛି, ବିଶାଖାପାଟଣା-ବ୍ରହ୍ମପୁର ଟ୍ରେନ ଆଜି ଓ ଆସନ୍ତାକାଲି ବାତିଲ କରାଯାଇଛି।
ପ୍ରଥମ ତାଲିକାରେ ୧୨ଟି ଟ୍ରେନର ସମୟ ପରିବର୍ତ୍ତନ ହୋଇଛି: ଜଖଟଇ-ଖଋଙ ଏକ୍ସପ୍ରେସ୍ ୮ ଘଣ୍ଟା ବିଳମ୍ବ; ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ଓ ଓଗଛଉ-ଇଇଜ ସୁପରଫାଷ୍ଟ ୭ ଘଣ୍ଟା ବିଳମ୍ବ; ବିବେକ ଏକ୍ସପ୍ରେସ୍ ୫ ଘଣ୍ଟା ବିଳମ୍ବରେ ଚାଲିବ; ହୀରାକୁଦ ଏକ୍ସପ୍ରେସ୍ ୫ ଘଣ୍ଟା ୩୦ ମିନିଟ୍ ବିଳମ୍ବ; ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ୫ ଘଣ୍ଟା ବିଳମ୍ବ।
ଦ୍ୱିତୀୟ ତାଲିକାରେ ୧୧ଟି ଟ୍ରେନ୍ର ସମୟ ପରିବର୍ତ୍ତନ ହୋଇଛି: ଏଠଏ-ଝଙଓ ସୁପରଫାଷ୍ଟ ୭ ଘଣ୍ଟା ବିଳମ୍ବ; ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବ; ପ୍ରଶାନ୍ତି ଏକ୍ସପ୍ରେସ୍ ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବ; ଅମରାବତୀ ଏକ୍ସପ୍ରେସ୍ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିବ। ଏହାସହ ଅନ୍ୟ ଟ୍ରେନ୍ଗୁଡ଼ିକର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେଣୁ ଯାତ୍ରୀମାନେ ଷ୍ଟେସନକୁ ଯିବା ପୂର୍ବରୁ ନିଜ ଟ୍ରେନ୍ର ଚଳାଚଳ ସ୍ଥିତି ଏନ୍ଟିଇଏସ୍ ଆପ୍ କିମ୍ବା ରେଳବାଇର ଅଧିକାରିକ ମାଧ୍ୟମରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟାକୁ ନେଇ ସତର୍କ ରହିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ଜଘଙ ଏବଂ ଟେକ୍ନିକାଲ ନିର୍ଦ୍ଦେଶାବଳୀ ମାନୁଆଲ୍ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ବାତ୍ୟାର ସ୍ଥିତି ଉପରେ ଏୟାରପୋର୍ଟର ଷ୍ଟେକ୍ହୋଲ୍ଡର୍ସ କମିଟି ନଜର ରଖିଛି। ଏବେ ସୁଦ୍ଧା କୌଣସି ବିମାନ ବାତିଲ ହୋଇନାହିଁ। ବିମାନ ଚଳାଚଳ ସ୍ୱାଭାବିକ ଭାବେ ଚାଲିଛି। ଏୟାରପୋର୍ଟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ରହିଛି। ବାତ୍ୟା ସ୍ଥିତିର ସମୀକ୍ଷା ପାଇଁ ଆଜି ଷ୍ଟେକ୍ହୋଲ୍ଡର୍ସ ବୈଠକ ବସିବ। ପବନର ବେଗ ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କଲେ ହିଁ ବିମାନ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, “ଆଗୁଆ କୌଣସି ବିମାନ ବାତିଲ କିମ୍ବା ଏୟାରପୋର୍ଟ ଅପରେସନ୍ ବନ୍ଦ କରିବାର ଯୋଜନା ନାହିଁ। ଯାତ୍ରୀମାନେ ବିମାନବନ୍ଦର ବାହାରିବା ପୂର୍ବରୁ ନିଜ ବିମାନ ସ୍ଥିତି ଯାଞ୍ଚ କରି ଯାତ୍ରା କରନ୍ତୁ। ବାତ୍ୟାକୁ ନଜରରେ ରଖି ଏୟାରପୋର୍ଟ ପକ୍ଷରୁ ୫୮ଟି ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।”
