FeaturedLatestNews

ରାଜ୍ୟରେ ୩୨୫ ବ୍ଲାକ୍ ସ୍ପଟ୍ ଚିହ୍ନଟ, ମୟୂରଭଞ୍ଜରେ ସର୍ବାଧିକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସଡ଼କ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ଉଦ୍ବେଗଜନକ ତଥ୍ୟ। ସଡ଼କ ଦୁର୍ଘଟଣା ନେଉଛି ହଜାର ହଜାର ଜୀବନ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହାରାହାରି ୫ ହଜାର ୭୮୨ ଜଣଙ୍କ ମୃତ୍ୟୁ ହେଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ମଧ୍ୟ ପାଲଟିଛି ଚିନ୍ତାର କାରଣ। ରାଜ୍ୟରେ ଚିହ୍ନଟ ହୋଇଛି ମୋଟ ୩୨୫ଟି ବ୍ଲାକ୍ ସ୍ପଟ୍। ଏଥିମଧ୍ୟରୁ ଜାତୀୟ ରାଜପଥରେ ୨୫୭ଟି ଏବଂ ରାଜ୍ୟ ରାଜପଥରେ ୬୮ଟି ବ୍ଲାକ୍ ସ୍ପଟ୍ ରହିଛି। ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଯାଉଛି ୫ ହଜାର ୭୮୨ ଜଣଙ୍କ ଜୀବନ। ଅନ୍ୟପଟେ ରାଜ୍ୟରେ ମୋଟ ୩୨୫ଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି। ଏହା ମଧ୍ୟରୁ ଜାତୀୟ ରାଜପଥରେ ସର୍ବାଧିକ ୨୫୭ଟି ବ୍ଲାକ୍ ସ୍ପଟ୍ ରହିଥିବା ବେଳେ ରାଜ୍ୟ ରାଜପଥରେ ରହିଛି ୬୮ଟି।

ଜିଲ୍ଲାୱାରୀ ତଥ୍ୟ ଦେଖିଲେ, ମୟୂରଭଞ୍ଜରେ ସର୍ବାଧିକ ୩୩ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି। ସେହିପରି କଟକ ଓ ଅନୁଗୁଳରେ ୨୫ଟି ଲେଖାଏଁ ଏବଂ ଖୋର୍ଦ୍ଧାରେ ୨୨ଟି ବ୍ଲାକ୍ ସ୍ପଟ୍ ରହିଛି।

Leave a Reply

Your email address will not be published. Required fields are marked *