FeaturedLatest

ରାଜ୍ୟରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ

ଭୂବନେଶ୍ବର, ୪।୮: ରାଜ୍ୟରେ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, ପୁରୀ ୧୨୧, ଗଜପତି ୧୨୦, କୋରାପୁଟ ୮୪, କଟକରୁ ୬୮, ବାଲେଶ୍ୱର ୫୮, ନବରଙ୍ଗପୁର ୩୪, କନ୍ଧମାଳରୁ ୩୦, ଯାଜପୁର ୨୫, ମାଲକାନଗିରି ୨୪, କେନ୍ଦୁଝର ୧୯, ବଲାଙ୍ଗିରରୁ ୧୬ ସୁସ୍ଥ ହୋଇଛନ୍ତି। ବରଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଲେଖାଏଁ, ଝାରସୁଗୁଡ଼ାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ ୧୦, ବୌଦ୍ଧ ୯, ନୂଆପଡ଼ା ୮, ମୟୂରଭଂଜରୁ ୭, ଢେଙ୍କାନାଳ ୫, ଭଦ୍ରକ ୪, ଅନୁଗୁଳ ଓ ଜଗତସିଂହପୁରରୁ ୨ ଲେଖାଏଁ, ଦେବଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୪ ହଜାର ୪୮୨ରେ ପହଞ୍ଚିଛି।

https://twitter.com/HFWOdisha/status/1290648792749023236?s=20
https://twitter.com/HFWOdisha/status/1290648797551439877?s=20

Leave a Reply

Your email address will not be published. Required fields are marked *